Posts

Showing posts from December, 2023

ଓଡିଶା

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେଉ ପ୍ରାଚୀ କୀର୍ତ୍ତିରାଜି https://www.facebook.com/ viswasambadkendraodisha/posts/ pfbid02R8AApwwiriGzzVRxYSgjz51 66uEifqnqMVxbtU6mFfkJX3dSoNHYE Xf5xikAkwmql ଶୀତ ଦିନରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଚନ୍ଦ୍ରଗିରି ପାରଳାଖେମୁଣ୍ଡ(ପିପିଏସ୍‌): ବର୍ତ୍ତମାନର ଶୀତ ଦିନରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ଗଜପତିର ଚନ୍ଦ୍ରଗିରି ବୌଦ୍ଧବିହାର । ଓଡିଶାର ମିନି ତିବ୍ଦତ ଭାବେ ପରିଚିତ ଗଜପତିର ଚନ୍ଦ୍ରଗିରି ବର୍ତ୍ତମାନର ଶୀତ ଦିନରେ ପର୍ଯ୍ୟଟକଙ୍କ ଯୋଗୁଁ ଚଳ ଚଞ୍ଚଳ ହୋଇପଡିଛି । ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରିକୁ ଓଡିଶାର ମିନି ତିବ୍ଦତ କୁହାଯାଏା ଓଡିଶା ସହିତ ତିବ୍ଦତୀୟ ସଂସ୍କୃତିର ମିଳନ ଘଟିଛି । ଚନ୍ଦ୍ରଗିରି ଠାରେ ତିଦ୍ଦତୀୟମାନେ ବିଗତ ୧୯୫୯ରେ ଚୀନ ଆକ୍ରମଣ ପରେ ଶରଣାର୍ଥୀ ଭାବେ ଏଠାରେ ରହି ଆସି ଛନ୍ତି । ସେହିଦିନ ଠାରୁ ଚନ୍ଦ୍ରଗିରିକୁ ହିଁ ନିଜର ନୂଆ ଠିକଣାରୂପେ ଗ୍ରହଣ କରିନେଇଛନ୍ତି । ପ୍ରାୟ ୭ହଜାରରୁ ଅଧିକ ଶରଣାର୍ଥୀ ପାଞ୍ଚ ଦଶନ୍ଧିଧରି ଏଠାରେ ବସତି ସ୍ଥାପନ କରିବା ସହିତ ଚନ୍ଦ୍ରଗିରିକୁ ଆନ୍ତର୍ଜାତିକ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ନେପାଳ, ଭୂଟାନ୍ ଓ ତିବ୍ଦତର ଅନେକ ରହିଛନ୍ତି । ଯେଉଁମାନେ ତିବ୍ଦତୀୟ ସଂସ୍କୃତି ଓ ହସ୍ତଶିଳ୍ପକୁ ଏଠାରେ ସଂପୂର୍ଣ୍ଣ ରୂପେ ବିକଶିତ କରିପାରିଛନ୍ତି । ସଂସ୍...